Jump to content

ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ
ନିର୍ଦ୍ଦେଶକସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ)
ପ୍ରଯୋଜକଗୌର ଘୋଷ, ପାର୍ବତୀ ଘୋଷ
କଳାକାରଚନ୍ଦନା ବାନାର୍ଜୀ, ଗୌର ଘୋଷ, ସାମୁଏଲ ସାହୁ (ବାବି)
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୬୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୬ହଜାର

ସାରଦା ପ୍ରସନ୍ନ ନାୟକ(ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ୧୯୬୨ରେ ମୁକ୍ତିଲାଭ କରିଥିଲା । ୯୫୦୦୦ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଚଳଚ୍ଚିତ୍ର ୧୦୦ଦିନ ପର୍ଯ୍ୟନ୍ତ ସିନେମା ହଲରେ ଚାଲିଥିଲା । ଓଡ଼ିଆ ନିର୍ଦ୍ଦେଶକଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ଗୀତ "ଆରତ ସୁର ବାରେ" ଗୀତ ଥିଲା ସିକନ୍ଦର ଆଲାମଙ୍କ ପ୍ରଥମ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗୀତ । [୧]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ଲକ୍ଷ୍ମୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ[ସମ୍ପାଦନା]

ଗୀତ ଗୀତିକାର ଗାୟକ / ଗାୟିକା
ଆଉ ଚାନ୍ଦ ଲାଗି କୁମୁଦ ଝୁରନା ସାରଦା ପ୍ରସନ୍ନ ନାୟକ ସନ୍ଧ୍ୟା ମୁଖାର୍ଜୀ[୨]
ବକୁଳ ବନେ ସନ୍ଧ୍ୟା ମୁଖାର୍ଜୀ
ଆରତ ସୁରେ ବାରେ ମହମ୍ମଦ ସିକନ୍ଦର ଆଲାମ
ଝୁଲରେ ହାତୀ ଝୁଲରେ ସିପ୍ରା ବୋଷ
ବାରିଦ ରେ! ମହମ୍ମଦ ସିକନ୍ଦର ଆଲାମ
ଶୁଆ ଥଣ୍ଟ ନାଲି ନାଲି ସାରଦା ପ୍ରସନ୍ନ ନାୟକ ଓ ଆରତି ମହାପାତ୍ର
ମନେ ଭରି ଅଭିମାନ ତରୁଣ ବାନାର୍ଜୀ

ଆଧାର[ସମ୍ପାଦନା]

  1. ଧରିତ୍ରୀ ଛୁଟିଦିନ ୨୬/୦୧/୨୦୧୫ ପୃଷ୍ଠା ୬
  2. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)

ବାହାର ଆଧାର[ସମ୍ପାଦନା]