Jump to content

ସଞ୍ଜୀବ କୁମାର ମଲ୍ଲିକ

ଉଇକିପିଡ଼ିଆ‌ରୁ
(ସଞ୍ଜୀବ ମଲ୍ଲିକରୁ ଲେଉଟି ଆସିଛି)
ସଞ୍ଜୀବ କୁମାର ମଲ୍ଲିକ
୨୦୧୯ ମସିହର ବିଶ୍ୱକର୍ମ ପୂଜାରେ ସଞ୍ଜିବ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀପ୍ରଫୁଲ୍ଲ ସାମଲ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଯୁଗଳ କିଶୋର ପଟ୍ଟନାୟକ
ପର ଅଧିକାରୀସୀତାଂଶୁ ଶେଖର ମହାପାତ୍ର
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-04-11) ୧୧ ଅପ୍ରେଲ ୧୯୭୫ (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପ୍ରିୟଦର୍ଶିନୀ ମଲ୍ଲିକ
ସମ୍ପର୍କମାନସ ରଞ୍ଜନ ମଲ୍ଲିକ (ଭାଇ)
ବାପା/ବୋଉହୃଦାନନ୍ଦ ମଲ୍ଲିକ (ବାପା)
ଅନ୍ନପୂର୍ଣ୍ଣା ମଲ୍ଲିକ (ମାଆ)
ବୃତ୍ତିରାଜନୀତିଜ୍ଞ

ସଞ୍ଜୀବ କୁମାର ମଲ୍ଲିକ (ଜନ୍ମ: ୧୧ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ଓ ୨୦୨୪ ନିର୍ବାଚନରେ, ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ସଞ୍ଜୀବ କୁମାର ମଲ୍ଲିକ ୧୯୭୫ ମସିହାର ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଦାନନ୍ଦ ମଲ୍ଲିକ ଓ ମାଆଙ୍କ ନାମ ଅନ୍ନପୂର୍ଣ୍ଣା ମଲ୍ଲିକ । ତାଙ୍କ ପତ୍ନୀଙ୍କ ନାମ ପ୍ରିୟଦର୍ଶିନୀ ମଲ୍ଲିକ ।[୧] ତାଙ୍କ ବାପା ହୃଦାନନ୍ଦ ମଲ୍ଲିକ ଓ ଭାଇ ମାନସ ରଞ୍ଜନ ମଲ୍ଲିକ ଓଡ଼ିଶା ରାଜନୀତିରେ ସକ୍ରିୟ ଥାଇ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସଞ୍ଜୀବ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସଞ୍ଜୀବ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିନ୍ଦନ୍ଦୀ ପ୍ରଦୀପ ନାୟକଙ୍କୁ ୩୨,୨୮୬ ଖଣ୍ଡରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ, ସେ କାର୍ଯ୍ୟକାଳ ଶେଷ ହେବାଯାଏଁ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୨,୪୪୭ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୧,୫୫୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ଆଧାର[ସମ୍ପାଦନା]

  1. "Shri Sanjib Kumar Mallick". odishaassembly.nic.in. Odisha Assembly. Retrieved 24 August 2020.
  2. "ବିଧାନ ସଭା ପାଇଁ ବିଜେଡିରୁ କିଏ କିଏ ବିଜୟୀ ହେଲେ ଜାଣନ୍ତୁ". Prameyanews7. 23 May 2019. Archived from the original on 24 August 2020. Retrieved 24 August 2020.
  3. "ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ". ଧରିତ୍ରୀ. 24 May 2019. Retrieved 24 August 2020.
  4. "General Election to Assembly Constituencies 2024: Bhandaripokhari (Odisha)". Election Commission of India. Retrieved 11 June 2024.

ବାହାର ଆଧାର[ସମ୍ପାଦନା]